ope
ଆଷ୍ଟ୍ରୋ ଭିଜିଅନ୍ ହେଉଛି ଜାତକ ସଫ୍ଟଓୟାର ବିକାଶ କ୍ଷେତ୍ରରେ ମାର୍ଗଦର୍ଶକ ଏବଂ ଏହା ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଜାତକ ସଫ୍ଟଓୟାର ୧୦ ହଜାରରୁ ଅଧିକ ତୃପ୍ତ ଗ୍ରାହକ ବ୍ୟବହାର କରୁଛନ୍ତି। ଆମର ଉପଭୋକ୍ତାଙ୍କ ଅନ୍ତର୍ଭୁକ୍ତ ଅଛନ୍ତି ଜ୍ୟୋତିଷକେନ୍ଦ୍ର, ବ୍ୟାବସାୟିକ କେନ୍ଦ୍ର, ଇଣ୍ଟରନେଟ୍ କାଫେ, ଏସ୍ ଟିଡି /ପିସିଓ ବୁଥ୍, ଜେରେକ୍ସ ସେଣ୍ଟର, ବିବାହ ବ୍ୟୁରୋ, ଜ୍ୟୋତିଷ ଶିକ୍ଷା କ୍ଷେତ୍ର ଏବଂ ସମଗ୍ର ବିଶ୍ୱର ବହୁ ଜ୍ୟୋତିଷ।
ଆଷ୍ଟ୍ରୋଭିଜିଅନ ଆଷ୍ଟ୍ରୋଲାଇଟ୍ ଜାତକ ସଫ୍ଟଓୟାର ମଧ୍ୟ ଏକ ରତ୍ନ ପଥର ଅନୁମୋଦନ ପରାମର୍ଶ ପ୍ରଦାନ କରିଥାଏ।
ଆଷ୍ଟ୍ରୋଭିଜିଅନ୍ ଆଷ୍ଟ୍ରୋଲାଇଟ୍ ରେ ମଧ୍ୟରେ ରହିଛି ଓଡ଼ିଆରେ ଜାତକ ମେଳକ ସଫ୍ଟଓୟାର। ଆପଣ ମଧ୍ୟ ଯେଉଁ ଆଞ୍ଚଳିକ ବ୍ୟବହାରକୁ ଭିତ୍ତି କରି ମେଳକ କରିବାକୁ ଚାହୁଁଛନ୍ତି, ତାହା ବାଛି ପାରିବେ। ସର୍ବନିମ୍ନ ମେଳକ ହେଉଛି ଗୁଣ ମିଳନ ଯାଞ୍ଚ। ଅନ୍ୟ ଇଛାଧିନ ଯାଞ୍ଚ ଅନ୍ତର୍ଭୁକ୍ତ ରହିଛି ମାଙ୍ଗଳିକ ଯାଞ୍ଚ ଓ ଅନ୍ୟାନ୍ୟ। ଗ୍ରାହକ ଆବଶ୍ୟକତା ଅନୁଯାୟୀ ଏହି ଇଛାଧିନ ଯାଞ୍ଚଗୁଡିକୁ କାର୍ଯ୍ୟକାରୀ କରାଇ ପାରିବେ ବା ଅକାମୀ କରିପାରିବେ।
ଆଷ୍ଟ୍ରୋଭିଜିଅନ୍ ଆଷ୍ଟ୍ରୋଲାଇଟ୍ ଓଡ଼ିଆ ଜାତକ ସଫ୍ଟଓୟାର ସଠିକ୍ ଜାତକ ହିସାବ ଦେଇଥାଏ। ଆମର ଓଡ଼ିଆ ଜାତକ ସଫ୍ଟଓୟାର ଭାରତୀୟ ଭବିଷ୍ୟବାଣୀ ଜ୍ୟୋତିଷ ଶାସ୍ତ୍ର ବ୍ୟବସ୍ଥା ଉପରେ ଆଧାରିତ।
ଆଷ୍ଟ୍ରୋଭିଜିଅନରେ ବୈଦିକ ଓଡ଼ିଆ ଜାତକ ସଫ୍ଟଓୟାରରେ ଜ୍ୟୋତିଷ ଶାସ୍ତ୍ର ଭିତ୍ତିକ ବିଶ୍ଳେଷଣ ନିମନ୍ତେ ଆବଶ୍ୟକ ସମସ୍ତ ପ୍ରକାରର ଗଣନା ସେଟ୍ ରହିଛି। ଏଥିରେ ମଧ୍ୟ ରହିଛି ମୂଳ ଓଡ଼ିଆ ରାଶି ଭବିଷ୍ୟ ଯେପରି କି ନିର୍ଦ୍ଦିଷ୍ଟ ଗୃହ ପାଇଁ ଭାବ ଭବିଷ୍ୟବାଣୀ, ପଞ୍ଚାଙ୍ଗ ଭବିଷ୍ୟବାଣୀ ଇତ୍ୟାଦି। ଯଦି ଆପଣ ଓଡ଼ିଆରେ ଏପରି ଜାତକ ସଫ୍ଟଓୟାର ଖୋଜୁଛନ୍ତି ଯେଉଁଥିରେ ଭବିଷ୍ୟବାଣୀର ସମସ୍ତ ବିବରଣୀ ଅନ୍ତର୍ଭୁକ୍ତ, ତେବେ ଦେଖି ନିଅନ୍ତୁ ଆଷ୍ଟ୍ରୋଭିଜିଅନ୍ ଲାଇଫ ସାଇନ୍ ଆଷ୍ଟ୍ରୋଲୋଜି ସଫ୍ଟଓୟାର ଉଇଥ୍ ପ୍ରେଡିକ୍ସନ୍ସ।
ଆଷ୍ଟ୍ରୋଭିଜିଅନ୍ ଆଷ୍ଟ୍ରୋଲାଇଟ୍ ଓଡ଼ିଆ ଜାତକ ସଫ୍ଟଓୟାର ଏବଂ ଓଡ଼ିଆ ଜାତକ ମେଳକ ସଫ୍ଟଓୟାର ହେଉଛି ସବୁଠାରୁ କମ୍ ମୂଲ୍ୟରେ ଉପଲବ୍ଧ ଏବଂ ସଠିକ୍ ଜାତକ ସଫ୍ଟଓୟାର ଏବଂ ଏହା ଦୁଇଟି ପ୍ରଡକ୍ଟ ବଣ୍ଡଲରେ ଆସୁଅଛି। ଏହି ଦୁଇ ଭାଷାର ପ୍ୟାକ୍ ରେ ରହିଛି ଜାତକ ସଫ୍ଟଓୟାରଏବଂ ଜାତକ ମେଳକ ସଫ୍ଟଓୟାର ହିନ୍ଦୀ ଓ ଇଂରାଜୀ ଭାଷାରେ। ଏହା ଅନ୍ ଲାଇନରେ କିଣିବା ପାଇଁ ମାତ୍ର ୧୫୬୦ ଟଙ୍କାରେ ଉପଲବ୍ଧ ଅଛି। ବର୍ତ୍ତମାନ ଅନ୍ ଲାଇନରେ କିଣିବା ପାଇଁ ଅର୍ଡର ଦେବାକୁ କେବଳ ଏଠାରେ କ୍ଲିକ୍ କରନ୍ତୁ ! ତିନୋଟି ଭାଷାରେ ଉପଲବ୍ଧ ପ୍ୟାକ୍ ରେ ରହିଛି ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷା। ଏହି ତ୍ରିଭାଷୀ ପ୍ୟାକ୍ ୩୬୪୦ ଟଙ୍କାରେ ଉପଲବ୍ଧ। ବର୍ତ୍ତମାନ ଏହି ତ୍ରିଭାଷୀ ଆଷ୍ଟ୍ରୋସଫ୍ଟଓୟାର ପ୍ୟାକ୍ କିଣିବା ପାଇଁ . ଠାରେ ଅର୍ଡର ଦେବାକୁ କ୍ଲିକ୍ କରନ୍ତୁ ଆଷ୍ଟ୍ରୋଲାଇଟ୍ ଅନ୍ୟ ଭାଷାରେ ମଧ୍ୟ ଉପଲବ୍ଧ। ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ଜାତକର ରିପୋର୍ଟ ତିଆରି କରନ୍ତୁ ଏବଂ ଏହାକୁ ସିଡି, ଫ୍ଲପି, ହାର୍ଡ ଡିସ୍କରେ ସେଭ୍ କରନ୍ତୁ କିମ୍ବା ଏହାର ପ୍ରିଣ୍ଟ୍ ଆଉଟ୍ ରଖନ୍ତୁ। ଆପଣ ମଧ୍ୟ ଏହି ରିପୋର୍ଟକୁ ଇ-ମେଲ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ।
IBM Compatible PC, 24x CD ROM Drive, 128mb RAM, MS-Windows 98 and above (Excluding Vista 64 Bit and Windows 7 64 Bit)
ଆଷ୍ଟ୍ରୋଭିଜିଅନ୍ ଆଷ୍ଟ୍ରୋଲାଇଟ୍ ଓଡ଼ିଆ ଜାତକ ସଫ୍ଟଓୟାର ଆପଣଙ୍କ ଚରିତ୍ର ଓ ଜୀବନ ଉପରେ ଗ୍ରହମାନଙ୍କର ପ୍ରଭାବକୁ ଆଧାର କରି ଭାବ ଭବିଷ୍ୟବାଣୀ ବିବରଣୀ ପ୍ରଦାନ କରିଥାନ୍ତି। ଆମ ଓଡ଼ିଆ ଜାତକ ସଫ୍ଟଓୟାରରେ ନିମ୍ନଲିଖିତ ବିଷୟ ଅନ୍ତର୍ଭୁକ୍ତ ରହିଛି:
ଯଦି ଆପଣ ସମସ୍ତ ଗୃହର ବିଶ୍ଳେଷଣ ଚାହୁଁଥାନ୍ତି, ତେବେ ଦେଖି ନିଅନ୍ତୁ ଆଷ୍ଟ୍ରୋ-ଭିଜିଅନ ଲାଇଫ ସାଇନ୍ ଆଷ୍ଟ୍ରୋଲୋଜି ସଫ୍ଟଓୟାର.
ଆଷ୍ଟ୍ରୋଭିଜିଅନ ଆଷ୍ଟ୍ରୋଲାଇଟ୍ ଓଡ଼ିଆ ଜାତକ ସଫ୍ଟଓୟାର ଅନ୍ତର୍ଭୁକ୍ତ ଦୈନିକ ପଞ୍ଚାଙ୍ଗ ଭବିଷ୍ୟବାଣୀ, ଜନ୍ମ ନକ୍ଷତ୍ର ଅନୁଯାୟୀ ଭବିଷ୍ୟବାଣୀ, ତିଥି ଉପରେ ଆଧାରିତ ଭବିଷ୍ୟବାଣୀ ଯେପରି କି ଚାନ୍ଦ୍ର ଦିବସ, କରଣ ଉପରେ ଆଧାରିତ ଭବିଷ୍ୟବାଣୀ ଏବଂ ନିତ୍ୟ ଯୋଗ ଉପରେ ଆଧାରିତ ଭବିଷ୍ୟବାଣୀ।.
ଆଷ୍ଟ୍ରୋ-ଭିଜିଅନ୍ ଆଷ୍ଟ୍ରୋଲାଇଟ୍ ଓଡ଼ିଆ ଜାତକ ସଫ୍ଟଓୟାର ଦଶା ଏବଂ ଅପହର ପ୍ରଭାବ ଉପରେ ଆଧାରିତ ଭବିଷ୍ୟବାଣୀ ବିବରଣୀ ପ୍ରଦାନ କରିଥାଏ, ବର୍ତ୍ତମାନର ଦଶାଠାରୁ ଆରମ୍ଭ କରି ଆଗାମୀ ଦିନ ବାବଦରେ ସୂଚନା ଦେଇଥାଏ। ଅପହର (ଭୁକ୍ତି) ଭବିଷ୍ୟବାଣୀ ମଧ୍ୟ ୨୫ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥାଏ। ପ୍ରତ୍ୟେକ ଅପହର ନିମନ୍ତେ ସମୟ ସୀମା ବର୍ଣ୍ଣନା କରାଯାଇଥାଏ। (ଜନ୍ମ ପରେ ପ୍ରଥମ ପାଞ୍ଚ ବର୍ଷକୁ ବାଦ୍ ଦିଆଯାଇଥାଏ)। ଦଶା ଏବଂ ଅପହର ପ୍ରଭାବ ବିଶ୍ଲେଷଣ କଲା ବେଳେ ଗ୍ରହମାନଙ୍କର ସପ୍ତ ବର୍ଗରେ ଅବସ୍ଥାନକୁ ଦୃଷ୍ଟିରେ ରଖି ସେମାନଙ୍କର କ୍ଷମତାର ବିଚାର କରାଯାଇଥାଏ।
ଆଷ୍ଟ୍ରୋ-ଭିଜିଅନ୍ ଆଷ୍ଟ୍ରୋଲାଇଟ୍ ଜାତକ ମେଳକ ସଫ୍ଟଓୟାର ବିଭିନ୍ନ ବିଷୟକୁ ଦୃଷ୍ଟିରେ ରଖି ଦୁଇ ବ୍ୟକ୍ତିଙ୍କର ଜାତକ ମେଳ କରିଥାଏ। ସର୍ବନିମ୍ନ ଯାଞ୍ଚ ହେଉଛି ନକ୍ଷତ୍ର ମେଳକ। ଏହି ନକ୍ଷତ୍ର ମେଳକ ବ୍ୟବହାର କରି ଜନ୍ମ ନକ୍ଷତ୍ର ମଧ୍ୟରେ ମେଳକ ଗଣନା କରାଯାଇଥାଏ। ମେଳକ ହିସାବ କରିବା ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା ରହିଛି। ଯଦିଓ ମେଳକ ବିଚାର କରିବାର ମୂଳ ନିୟମ ସମାନ, ବିଭିନ୍ନ ସ୍ଥାନରେ ପ୍ରଯୁଜ୍ୟ ମାନକ ବା ବିଭିନ୍ନ ବିଷୟର ଗୁରୁତ୍ୱ ବଦଳି ଥାଏ। ସ୍ଥାନୀୟ ପ୍ରଥାକୁ ସୁହାଇଲା ପରି ବିଭିନ୍ନ ପ୍ରକାରର ବ୍ୟବସ୍ଥା ଦିଆଯାଇଛି।
ଆଷ୍ଟ୍ରୋ-ଭିଜିଅନ୍ ଆଷ୍ଟ୍ରୋଲାଇଟ୍ ଓଡ଼ିଆ ଜାତକ ମେଳକ ସଫ୍ଟଓୟାରରେ ମାଙ୍ଗଳିକ ଯାଞ୍ଚ କରିବାର ବ୍ୟବସ୍ଥା ରହିଛି। ଜାତକରେ ମଙ୍ଗଳଙ୍କର ଅବସ୍ଥାନକୁ ଭିତ୍ତି କରି ମାଙ୍ଗଳିକ ଦୋଷ ନିର୍ଣ୍ଣୟ କରାଯାଇଥାଏ ଏବଂ କେତେକ ନିର୍ଦ୍ଦିଷ୍ଟ ସ୍ଥିତିରେ ଏହା ଦମ୍ପତ୍ତିଙ୍କର ସଙ୍ଗୀଙ୍କର ଜୀବନର ଦୀର୍ଘତା ଉପରେ ପ୍ରତିକୁଳ ପ୍ରଭାବ ପକାଏ ବୋଲି ବିଚାର କରାଯାଏ। ଉଭୟ ସଙ୍ଗୀଙ୍କର ଜାତକରେ ଏକା ପ୍ରକାରର ଦୋଷ ଥିଲେ ବେଳେ ବେଳେ ଏହି ଦୋଷ ହ୍ରାସ ପାଇଯିବା ବା ସଂପୂର୍ଣ୍ଣ ଶେଷ ହୋଇଯିବା ବିଶ୍ବାସ କରାଯାଏ।
ଆଷ୍ଟ୍ରୋ-ଭିଜିଅନ୍ ଆଷ୍ଟ୍ରୋଲାଇଟ୍ ଓଡ଼ିଆ ଜାତକ ମେଳ ସଫ୍ଟଓୟାର ମଧ୍ୟ ଇଛାଧିନ ବୈଶିଷ୍ଟ୍ୟ ଭାବରେ ଦଶ ସନ୍ଧି ଯାଞ୍ଚ କରିଥାଏ।
ଆଷ୍ଟ୍ରୋ-ଭିଜିଅନ୍ ଆଷ୍ଟ୍ରୋଲାଇଟ୍ ଓଡ଼ିଆ ଜାତକ ମେଳକ ସଫ୍ଟଓୟାର ମଧ୍ୟ ଦୁଇଟି ଜାତକ ମଧ୍ୟରେ ପାପ ମେଳକ ଯାଞ୍ଚ କରିଥାଏ। ଗୋଟିଏ ଜାତକରେ ବିଭିନ୍ନ ଗ୍ରହମାନଙ୍କ ସ୍ଥିତିକୁ ପାପ କେନ୍ଦ୍ର ଭାବରେ ପଏଣ୍ଟ୍ ଦେଇ ଜାତକର ପାପ ଦୋଷ ଗଣନା କରାଯାଇଥାଏ।
ଆଷ୍ଟ୍ରୋଲାଇଟ୍ ଜାତକ ସଫ୍ଟଓୟାର ଓଡ଼ିଆରେ ଜନ୍ମ ନକ୍ଷତ୍ର ଗଣନା କରିବା ସହିତ ନକ୍ଷତ୍ରମାନଙ୍କର ବିଭିନ୍ନ ପ୍ରକାର ଜ୍ୟୋତିଷ ସମ୍ବନ୍ଧୀୟ ଗୁଣ ଏବଂ ଜାତକରେ ନକ୍ଷତ୍ରପଦ, ଜନ୍ମ ରାଶି ଏବଂ ରାଶି ଅଧିପତି; ଲଗ୍ନରେ ରହିଥିବା ଗ୍ରହ, ଲଗ୍ନ ଅଧିପତି, ତିଥି (ଚାନ୍ଦ୍ର ଦିବସ) ଦିନମାନ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜନ୍ମ ଦିବସ, କାଳୀ ଦିନସଂଖ୍ୟା, ନକ୍ଷତ୍ର ଅଧିପତି, ଗଣ, ଯୋନି, ପଶୁ, ପକ୍ଷୀ, ବୃକ୍ଷ, ଚନ୍ଦ୍ରାବସ୍ଥା, ଚନ୍ଦ୍ରବେଳା, ଚନ୍ଦ୍ର କ୍ରିୟା, ଦଗ୍ଦ ରାଶି, କରଣମ୍, ନିତ୍ୟଯୋଗ, ସୂର୍ଯ୍ୟରାଶି-ନକ୍ଷତ୍ର ସ୍ଥିତି, ଅଙ୍ଗାଦିତ୍ୟଙ୍କର ସ୍ଥିତି, ଯୋଗୀ କେନ୍ଦ୍ର- ଯୋଗୀ ନକ୍ଷତ୍ର, ଯୋଗୀ ଗ୍ରହ, ନକଲି ଯୋଗୀ, ଅବ ଯୋଗୀ ନକ୍ଷତ୍ର-ଗ୍ରହ, ଆତ୍ମା କାରକ (ଆତ୍ମା)- କାରକାଂଶ, ଅମାତ୍ୟ କାରକ, ଲଗ୍ନ ଆରୁଢ଼ (ପାଦ)/ ଥାନୁ ଏବଂ ଧନ ଆରୁଢ଼ (ପାଦ)
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଷ୍ଟ୍ରୋଲାଇଟ୍ ଓଡ଼ିଆ ଜାତକ ସଫ୍ଟଓୟାରରେ ସମସ୍ତ ଚାର୍ଟ, ଗଣନା ଏବଂ ବିଶ୍ଳେଷଣ ପ୍ରଦାନ କରାଯାଇଛି। ଗ୍ରହମାନଙ୍କର ନିରାୟଣ ଗତି, ରାଶି, ରାଶିମାନଙ୍କର ଅକ୍ଷାଂଶ, ନକ୍ଷତ୍ର ସହିତ ନକ୍ଷତ୍ର ପାଦ ଗଣନା କରାଯାଇଥାଏ। ନକ୍ଷତ୍ର, ନକ୍ଷତ୍ର ଅଧିପତି, ଉପ ଅଧିପତିଙ୍କ ସହିତ ଉପ-ଉପଅଧିପତି ମଧ୍ୟ ପ୍ରତ୍ୟେକ ଗ୍ରହ ପାଇଁ ଗଣନା କରାଯାଇଥାଏ। ଜନ୍ମ ସମୟରେ ଦଶା ଓ ବଳକା ଦଶା ସହିତ ରାଶି ଚାର୍ଟ ଏବଂ ନବମାଂଶ ଚାର୍ଟ ଦିଆଯାଇଥାଏ। ଆଷ୍ଟ୍ରୋଭିଜିଅନ୍ ଆଷ୍ଟ୍ରୋଲାଇଟ୍ ଓଡ଼ିଆ ଜାତକ ସଫ୍ଟଓୟାର ଭାବ ଟେବୁଲ୍ ସହିତ ଭାବ ଚାର୍ଟ ପ୍ରଦାନ କରିଥାଏ।
ଆବଶ୍ୟକ ଗଣନା କରି ଓଡିଆ ଜନ୍ମପତ୍ରିକା ସଫ୍ଟଓୟାରରେ ବିଭିନ୍ନ ପ୍ରକାରର ଚାର୍ଟ ପ୍ରସ୍ତୁତ କରିଥାଏ ଯେପରି ରାଶି ଚାର୍ଟ, ହୋରା ଚାର୍ଟ, ଉପଗ୍ରହ ଚାର୍ଟ, ଦ୍ରେକଣା ଚାର୍ଟ, ଚତୁର୍ଥାଂଶ ଚାର୍ଟ, ସପ୍ତମାଂଶ ଚାର୍ଟ, ନବମାଂଶ ଚାର୍ଟ, ଦଶମାଂଶଚାର୍ଟ, ଦ୍ୱାଦଶାଂସ ଚାର୍ଟ, ଷୋଡସାଂଶ ଚାର୍ଟ, ବିଂଶାଂଶ ଚାର୍ଟ, ଚତୁର୍ବିଶଂଶ ଚାର୍ଟ, ଭାଂଶ ଚାର୍ଟ, ତ୍ରିମସାଂଶ ଚାର୍ଟ, ଖଭେଦାଂଶ ଚାର୍ଟ, ଅକ୍ଷଭେଦାଂଶ ଚାର୍ଟ, ଷଷ୍ଠିଅଂଶ ଚାର୍ଟ, ଅଷ୍ଟକବର୍ଗ ଚାର୍ଟ, ଏବଂ ଟେବୁଲ୍|
ଦଶା ଏବଂ ଭୁକ୍ତି (ଅପହର) ଅବଧି ବାବଦରେ ବିବରଣୀ ଦିଆଯାଇଛି।
ବିଭିନ୍ନ ପ୍ରକାର ଅୟନାଂଶ ସେଟିଂ ଯେପରି କି ଚିତ୍ରା ପକ୍ଷ ଅୟନାଂଶ ବା ଲାହିର୍ ଅୟନାଂଶ, ରାମ ଅୟନାଂଶ, କ୍ରିଷ୍ଣ ମୂର୍ତ୍ତି ଅୟନାଂଶ ଏବଂ ଶୂନ୍ୟ ଅୟନାଂଶ ଏହାର ଅନ୍ତର୍ଭୁକ୍ତ|
ଆଷ୍ଟ୍ରୋଲାଇଟ୍ ଓଡ଼ିଆ ଜାତକ ସଫ୍ଟଓୟାରରେ ସମଗ୍ର ବିଶ୍ୱର ଏକ ନିଜସ୍ୱ ବିଶାଳ ଡାଟାବେସ୍ ରହିଛି। ତେଣୁ ଆପଣଙ୍କୁ ପ୍ରମୁଖ ସହରଗୁଡିକର ଅକ୍ଷାଂଶ ଦ୍ରାଘିମା ଏବଂ ସମୟ ଜୋନ୍ ପ୍ରବେଶ କରାଇବା ଆବଶ୍ୟକ ହେବ ନାହିଁ। ଅତିରିକ୍ତ ସହର ମଧ୍ୟ ଯୋଗ କରାଯାଇପାରେ, ଏହା ଦ୍ୱାରା ସହରର ତାଲିକା ସଂପୂର୍ଣ୍ଣ ବ୍ୟବହାର ଯୋଗ୍ୟ ହୋଇପାରିବ। ଏହା ଜନ୍ମ ପତ୍ରିକା ପ୍ରସ୍ତୁତି କାର୍ଯ୍ୟକୁ ଅଧିକ ସହଜ କରିଦିଏ।
The popular acceptance and success of the software triggered the development..
Its combination of products which is financially economical and good for bureau as well as professionals
The Ultimate Mobile Astrology Software for Astrologers
Since 25 years I am using Astro-vision software for
personal future prediction and
muhurthas preditions. The predictions are 100% accurate and based on Indian astrology...